Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Saturday, April 27, 2024
National/International

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ନାଜାର୍ନୀ ଆହତ, ହେଲିକପ୍ଟରରେ ଚଢ଼ିବା ବେଳେ ଖସିଗଲା ଗୋଡ


ଓଏନଏଲ୍(ବ୍ୟୁୁରୋ) - ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି। ହେଲିକପ୍ଟରଟି ମମତାଙ୍କୁ ଦୁର୍ଗାପୁରରୁ ଆସାନସୋଲକୁ ନେବାକୁ ଅପେକ୍ଷା କରିଥିଲା। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କାରରେ ଆସି ହେଲିକପ୍ଟର ପାଖରେ ପହଞ୍ଚିଥିଲେ। କାରରୁ ବାହାରି ସେ ସିଡି ସାହାଯ୍ୟରେ ହେଲିକପ୍ଟର ଭିତରକୁ ଯିବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ। ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ତେବେ ଆହତ ହେବା ପରେ ବି ସେ ଆସାନସୋଲ ଯାଇ ପ୍ରଚାର କରିଥିବା ଜଣାପଡ଼ିଛି।

Recent News
Copyright © 2024 ODISHANEWSLIVE.COM. All rights reserved.