Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Friday, April 12, 2024
Sports/Entertainment

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ ନାଁରେ ଠକେଇ ଅଭିଯୋଗ ! ଗିରଫ କଲା ମୁମ୍ବାଇ ପୋଲିସ


ମୁମ୍ବାଇ: ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ୩୭ ବର୍ଷୀୟ ବୈଭବ ପାଣ୍ଡ୍ୟାଙ୍କୁ ଆପରାଧିକ ବିଶ୍ବାସଘାତକତା, ଧମକ, ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଅନ୍ୟାନ୍ୟ ଦଫା ଅଧୀନରେ ଗିରଫ କରାଯାଇଛି।

ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟା ସେମାନଙ୍କ ସାବତ ଭାଇ ବୈଭବଙ୍କ ସହ ମିଶି ମୁମ୍ବାଇରେ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ଯବସାୟିକ ସହଭାଗିତା ସର୍ତ୍ତ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟା ଏଥିରେ ୪୦:୪୦ ପ୍ରତିଶତ ନିବେଶ କରିଥିବାବେଳେ ବୈଭବ ୨୦% ପୁଞ୍ଜି ନିବେଶ କରିଥିଲେ। ବୈଭବ ବ୍ୟବସାୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବେ ଏବଂ ଲାଭ ସମାନ ଅନୁପାତରେ ବଣ୍ଟନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଳ ପାଣ୍ଡ୍ୟାଙ୍କୁ ନ ଜଣାଇ ବୈଭବ ଅନ୍ୟ ଏକ ୟୁନିଟ୍ ପ୍ରତିଷ୍ଠା କରି ଉକ୍ତ ବ୍ୟବସାୟ ଚଳାଇଥିଲେ । ଏହା ସହିତ ସେ ବ୍ୟବସାୟିକ ଚୁକ୍ତି ଉଲ୍ଲଂଘନ କରିଥିଲେ। ଏହି ସମୟ ମଧ୍ୟରେ ସେ (ବୈଭବ) ନିଜର ଲାଭାଂଶ ୨୦ରୁ ୩୩ ପ୍ରତିଶତକୁ ବଢ଼ାଇ ଦେଇଥିଲେ, ଯାହା ଦ୍ବାରା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଳ ପାଣ୍ଡ୍ୟାଙ୍କୁ କ୍ଷତି ହୋଇଥିଲା। ବୈଭବ ମଧ୍ୟ ବ୍ଯବସାୟିକ ସହଭାଗିତା ଆକାଉଣ୍ଟରୁ ପ୍ରାୟ ୧ କୋଟି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ।

ଯେତେବେଳେ ପାଣ୍ଡ୍ୟା ଭ୍ରାତା ଏନେଇ ବୈଭବଙ୍କୁ ପଚାରିଥିଲେ, ସେ ସେମାନଙ୍କ (ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଳ ପାଣ୍ଡ୍ୟା) ଭାବମୂର୍ତ୍ତି ଖରାପ କରିଦେବେ ବୋଲି ଓଲଟି ଧମକ ଦେଇଥିଲେ। ଏହାପରେ କ୍ରିକେଟର ଭ୍ରାତାଙ୍କ ଆକାଉଣ୍ଟାଣ୍ଟ ଏହି ମାମଲାରେ ସୋମବାର ଖାର ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇଥିଲା ଓ ଏହାକୁ ଇଓଡବ୍ଲୁକୁ ହସ୍ତାନ୍ତର କରାଯାଇଥିଲା । ଏହି ଅପରାଧରେ ବୈଭବ ପାଣ୍ଡ୍ୟାଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ତାଙ୍କୁ ସୋମବାର ଗିରଫ କରିଛି ପୋଲିସ। ମାମଲାର ଅଧିକ ତଦନ୍ତ ଜାରି ରହିଛି।


Recent News
Copyright © 2024 ODISHANEWSLIVE.COM. All rights reserved.