Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Saturday, April 13, 2024
Special

EPFO ଉପଭୋକ୍ତାଙ୍କ ପାଇଁ ଖୁସି ଖବର ! ଚାକିରୀ ବଦଳାଇଲେ, ଅଟୋମେଟିକ୍ ଟ୍ରାନ୍ସଫର୍ ହେବ ଆକାଉଣ୍ଟରେ ଥିବା ଟଙ୍କା


ଓଏନଏଲ ସ୍ପେଶାଲ୍ - ବର୍ତ୍ତମାନ ଇପିଏଫ୍ ଆକାଉଣ୍ଟ୍ ଧାରକମାନଙ୍କୁ ଚାକିରି ବଦଳାଇବା ଉପରେ ପିଏଫ୍ ଟ୍ରାନ୍ସଫର ପାଇଁ ଅନୁରୋଧ କରିବା ଆବଶ୍ୟକ ନାହିଁ । କାରଣ, ୧ ଏପ୍ରିଲରୁ ଇପିଏଫଓ ଅଟୋମେଟିକ୍ ଫଣ୍ଡ ଟ୍ରାନ୍ସଫର ସୁବିଧା ଆରମ୍ଭ ହୋଇଯାଇଛି । ଏହି ସୁବିଧା ଉପଲବ୍ଧ ହେବା ଆରମ୍ଭ ହୋଇଛି । ପୂର୍ବରୁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ଥିବା ପରେ ମଧ୍ୟ ଲୋକଙ୍କୁ ପିଏଫ ଟ୍ରାନ୍ସଫର ପାଇଁ ଏକ ରିକ୍ୱେଷ୍ଟ ଦାଖଲ କରିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏହା କରିବାକୁ ପଡ଼ିବ ନାହିଁ । ଆର୍ଥାତ କର୍ମଚାରୀ ନୂଆ ଚାକିରି ବଦଳାଇବା ପରେ, ଇପିଏଫ୍ ଆକାଉଣ୍ଟରେ ଥିବା ଟଙ୍କା ଅଟୋମେଟିକ୍ ଭାବରେ ଟ୍ରାନ୍ସଫର ହେବ । ତେବେ କର୍ମଚାରୀମାନଙ୍କୁ ସେମାନଙ୍କର ବେତନର ୧୨ ପ୍ରତିଶତ ଇପିଏଫରେ ରଖିବାକୁ ପଡିବ । ଏହା ବ୍ୟତୀତ ନିଯୁକ୍ତିଦାତାଙ୍କୁ କର୍ମଚାରୀଙ୍କ ତରଫରୁ ଇପିଏଫ୍ ଆକାଉଣ୍ଟରେ ସମାନ ପରିମାଣର ଜମା କରିବାକୁ ପଡିବ ।

ସୂଚନାଯୋଗ୍ୟ, ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ) ଏକାଧିକ ଅଲଗା ଅଲଗା ନିଯୁକ୍ତିଦାତା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଜାରି କରାଯାଇଥିବା ମେମ୍ବେର ଆଇଡି ପାଇଁ ଏକ କେନ୍ଦ୍ରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ । ଯାହା ଜଣେ ସଦସ୍ୟଙ୍କୁ ଏକାଧିକ ଇପିଏଫ୍ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ସୁବିଧା ପ୍ରଦାନ କରେ ।

Recent News
Copyright © 2024 ODISHANEWSLIVE.COM. All rights reserved.