Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Friday, May 17, 2024
Published on: Sunday, April 28, 2024
Odisha

କଂଗ୍ରେସ କ୍ଷମତାକୁ ଆସିଲେ ‘ପେହଲି ନୌକରୀ ପକ୍କି’ ଯୋଜନା କାର୍ଯ୍ୟକାରୀ କରିବ : ରାହୁଲ ଗାନ୍ଧି


ଓଏନଏଲ୍(ବ୍ୟୁୁରୋ) - କଂଗ୍ରେସ କ୍ଷମତାକୁ ଆସିଲେ ‘ପେହଲି ନୌକରୀ ପକ୍କି’ ଯୋଜନା କାର୍ଯ୍ୟକାରୀ କରିବ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ କଂଗ୍ରେସ ଚାକିରି ଗ୍ୟାରେଣ୍ଟି ଦେବ ବୋଲି ସାଲେପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ରାହୁଲ ଗାନ୍ଧି । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ ବୋଲି ରାହୁଲ କହିଛନ୍ତି। ଏଥସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଗରିବ ବିରୋଧୀ ମୋଦି ସରକାର ଦେଶର ୨୨ ଜଣଙ୍କୁ ୧୬ ଲକ୍ଷ କୋଟି ଦେଇଛନ୍ତି ବୋଲି କହି ରାହୁଲ ସମାଲୋଚନା କରିଛନ୍ତି ।

କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି। ସାଲେପୁର ସଭା ପୂର୍ବରୁ ରାହୁଲ ସତ୍ୟଭାମାପୁର ଯାଇ ଉତ୍କଳଗୌରବ ମଧୁସୂଦନଙ୍କ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ରାହୁଲ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା। ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର। ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା। ସେହିପରି ୨୦୦ ୟୁନିଟ ମାଗଣା ବିଜୁଳି ସହ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା କରାଯିବ ବୋଲି କହିଛନ୍ତି । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ।ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ଯାପକ ହରିଲୁଟ ହେଉଥିଲା। ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ। ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି। କଂଗ୍ରେସ ଯେଉଁ ୫ ଗ୍ଯାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି। ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ରାହୁଲ।

Recent News
Copyright © 2024 ODISHANEWSLIVE.COM. All rights reserved.