Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Monday, April 29, 2024
Odisha

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ମେ’୨୫ରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍


ଓଏନଏଲ୍(ବ୍ୟୁୁରୋ) - ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ମେ’୨୫ ତାରିଖରେ ହେବ । ଆଜିଠୁ ବିଜ୍ଞପ୍ତି ପ୍ରକାଶ ସହ ମତଦାନ ହେବାକୁ ଥିବା ଆସନଗୁଡିକ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ମେ’ ୨୫ ତାରିଖରେ ୬ ଲୋକସଭା ଆସନ ଓ ଏସବୁ ଆସନ ଅଧୀନରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ।

ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଓ ଏସବୁ ଆସନ ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମେ’ ୨୫ରେ ମତଦାନ କରାଯିବ । ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠୁ ନାମାଙ୍କନ ଦାଖଲ ହୋଇପାରିବ । ମେ’ ୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ମେ’ ୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ।

Recent News
Copyright © 2024 ODISHANEWSLIVE.COM. All rights reserved.