Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Monday, April 29, 2024
Odisha

ନିର୍ବାଚନ ରାଲି ଓ ସଭାରେ ପର୍ଯ୍ୟାପ୍ତ ଓଆରଏସ୍- ପାନୀୟ ଜଳ ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ


ଓଏନଏଲ୍(ବ୍ୟୁୁରୋ) - ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍ ରଖାଯିବା ଆବଶ୍ୟକ ଯାହା ଫଳରେ ଗ୍ରୀଷ୍ମପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ପ୍ରକାଶ କହିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ ଦଳ ମାନେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଏବଂ ଓଆରଏସ୍‌ର ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ ଜିଲ୍ଲାପାଳମାନେ ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ ସହ ନିୟମିତ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

Recent News
Copyright © 2024 ODISHANEWSLIVE.COM. All rights reserved.