Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Sunday, April 28, 2024
Odisha

ନିର୍ବାଚନ ପ୍ରକ୍ରିୟାର ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ CAPF


ଓଏନଏଲ୍(ବ୍ୟୁୁରୋ) - ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌‌ (Central Armed Police Forces) ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ତନ୍ମଧ୍ୟରୁ ୮୩ କମ୍ପାନୀ ଇନ୍‌‌ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍‌‌ସନ୍‌‌ ମାଧ୍ୟମରେ ମୁତୟନ ହେବେ । ରାଜ୍ୟରେ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଉପରୋକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନାନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍‌‌ ଯବାନ୍‌‌ ମୁତୟନ ହୋଇସାରିଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଫ୍ଲାଗ୍‌‌ମାର୍ଚ୍ଚ ଆଦି କରୁଛନ୍ତି । ଆସନ୍ତା ମେ’ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍‌‌ ଜବାନ୍‌‌ କାର୍ଯ୍ୟରେ ଯୋଗଦେବେ । ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ତନ୍ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍‌‌ର ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା  ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି ।

Recent News
Copyright © 2024 ODISHANEWSLIVE.COM. All rights reserved.