Please wait...

Trending Now
  • ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
  • ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
  • ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
  • BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍‌ଅପ୍‌ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
  • BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Saturday, April 27, 2024
National/International

ନୋଟା ଭୋଟ ସର୍ବାଧିକ ହେଲେ ପୁନଃନିର୍ବାଚନ ଦାବିରେ PIL, ନିର୍ବାଚନ କମିସନଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ


ଓଏନଏଲ୍(ବ୍ୟୁୁରୋ) -ଯଦି କୌଣସି ନିର୍ବାଚନମଣ୍ଡଳୀରେ ନନ୍ ଅଫ୍ ଦି ଏବୋଭ ବା ନୋଟା ଭୋଟ ସର୍ବାଧିକ ହୁଏ ତେବେ ସେହି ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନ କରାଯିବା ନିମନ୍ତେ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ପ୍ରେରଣା ପ୍ରବଚକ ଓ ଲେଖକ ଶିବ ଖେରାଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ଗୋପାଲ ଶଙ୍କରନାରାୟଣନ୍ ଏକ ଜନ ସ୍ବାର୍ଥ ଯାଚିକା ଫାଇଲ କରିଛନ୍ତି। ଏଥିସହ ନୋଟାଠାରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀ ୫ବର୍ଷ ଯାଏଁ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ଏପରି ନିୟମ ରହିବାକୁ ପିଟିସନର ପ୍ରାର୍ଥନା କରାଯାଇଛି ।

ଆଜି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପର୍ଦ୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରି କହିଛନ୍ତି, ମାମଲା ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧିତ ହୋଇଥିବାରୁ ନିର୍ବାଚନ କମିସନ(ଇସିଆଇ)ଙ୍କ ମତାମତ ଲୋଡ଼ାଯିବ। ଏ ନେଇ ଇସିଆଇକୁ ନୋଟିସ୍ ଇସ୍ୟୁ ହୋଇଛି ଓ ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ଖଣ୍ଡପୀଠ କହିନାହାନ୍ତି।

ପିଟିସନରେ ପ୍ରାର୍ଥନା କରାଯାଇଛି ଯେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ଆଦେଶ ଦିଅନ୍ତୁ। ଯଦି ନୋଟାରେ ସର୍ବାଧିକ ସଂଖ୍ୟକ ପଡ଼େ ତେବେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସେଠାରେ ପୁନଃନିର୍ବାଚନ କରାଯାଉ। ୨୦୧୩ରେ ନୋଟା’କୁ ସଂସଦ, ବିଧାନସଭା ଓ ପୌର ତଥା ପଞ୍ଚୟତ ନିର୍ବାଚନରେ ବିକଳ୍ପ ଭାବେ ରଖାଯାଇଛି। ଯଦି କେହି ବି ପ୍ରାର୍ଥୀ ପସନ୍ଦର ନୁହଁନ୍ତି ବୋଲି ଭୋଟର ବିଚାରନ୍ତି ତେବେ ସେ ନୋଟା ବଟନ୍ ଦବାଇ ତାହା ବ୍ୟକ୍ତ କରିପାରିବେ। ନୋଟାକୁ ଜାତୀୟ ସ୍ତରରେ କାଳ୍ପନିକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପିଟିସନର୍ ନିର୍ବାଚନ କମିସନଙ୍କୁ ଦୁଇଥର ନିବେଦନ କଲେଣି। ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ପୁଡୁଚେରୀରେ ସେଠାକାର ଆଞ୍ଚଳିକ ନିର୍ବାଚନ କମିସନ୍ ପୌର ଓ ପଞ୍ଚାୟତ ନିର୍ବାଚନରେ ନୋଟା’କୁ କାଳ୍ପନିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

Recent News
Copyright © 2024 ODISHANEWSLIVE.COM. All rights reserved.