Please wait...

Trending Now
  • GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
  • ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
  • ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
  • ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
Sunday, May 5, 2024
Published on: Tuesday, April 23, 2024
Odisha

ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ସୁଲତା ଦେଓ


ଭୁବନେଶ୍ୱର(ବ୍ୟୁରୋ) - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ନିର୍ବାଚିତ ହେଲେ ହୁଏତ ମିଶନ ଶକ୍ତିକୁ ବନ୍ଦ କରି ଦେବେ ବୋଲି ଆଶଙ୍କା ପ୍ରକାଶ କରିଛି ଶାସକ ବିଜେଡି । ଧର୍ମେନ୍ଦ୍ରଙ୍କ ବିରୋଧରେ କିଛି ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ଗୋଟିଏ ପଟେ ମାଆମାନଙ୍କୁ ସଶକ୍ତ କରି ଉଦ୍ୟୋଗୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ସେପଟେ କିନ୍ତୁ ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ତେବେ ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର୍ ଭିଜିଟ୍ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର। ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି।

Recent News
Copyright © 2024 ODISHANEWSLIVE.COM. All rights reserved.