ଓଏନଏଲ୍(ବ୍ୟୁୁରୋ) - ଇତିହାସ ରଚିଲେ ଗ୍ରାଣ୍ତମାଷ୍ଟର ଡି ଗୁକେଶ । ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ । ସିଙ୍ଗାପୁରରେ ଚାଲିଥିବା ୱାର୍ଲଡ ଚେସ୍ ଚାମ୍ପିଅନଶିପରେ ଡିଫେଣ୍ଡିଂ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ସେ ଚାମ୍ପିଅନ ହୋଇଛନ୍ତି । ଏହା ସହିତ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିଅନ ହୋଇଛନ୍ତି ଗୁକେଶ। ଏଥିସହ ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଡି. ଗୁକେଶ। ଭାରତୀୟ ତାରକା ଗୁକେଶ ଅନ୍ତିମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିଅନ ହୋଇଛନ୍ତି।
ବିଶ୍ୱ ଚାମ୍ପିଅନ୍ ହେବା ପରେ ଗୁକେଶ ଭାବପ୍ରବଣ ହୋଇ ପଡିଥିଲେ । ପ୍ରଥମେ ମୁଁ ଭାବିଥିଲେ ବିଜୟୀ ହୋଇପାରିବି ନାହିଁ । ଦୃଢ଼ ଆତ୍ମବିଶ୍ୱାସ ଖେଳରେ ଶେଷ ପର୍ଯ୍ୟନ୍ତ ମନୋନିବେଶ କରିବା ଯୋଗୁ ଚାମ୍ପିଅନ୍ ହେବାର ସୌଭାଗ୍ୟ ଅର୍ଜନ କରିପାରିଛି ବୋଲି କହିଛନ୍ତି ।
ଗୁକେଶ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିବାରେ ତୃତୀୟ ସର୍ବକନିଷ୍ଠ ଖେଳାଳି ହୋଇ ସାରିଛନ୍ତି । ତାଙ୍କ ବାପାଙ୍କ ନାମ ରଜନୀକାନ୍ତ । ସେ ସର୍ଜନ କାମ କରନ୍ତି । ଗୁକେଶଙ୍କ ମାଆଙ୍କ ନାମ ପଦ୍ମା । ସେ ଜଣେ ପ୍ରତିଷ୍ଠିତ ଜୀବବିଜ୍ଞାନୀ । ଗୁକେଶ ୭ ବର୍ଷ ବୟସରେ ଚେସ ଖେଳିବା ଶିଖିଥିଲେ । ସେ ଜଣେ ମେଧାବୀ ଛାତ୍ର ମଧ୍ୟ ଅଟନ୍ତି । ୨୦୧୪ରେ ଏସିଆନ ସ୍କୁଲ ଚେସ ଚାମ୍ପିଅନଶିପ ଜିତି ସେ ଚର୍ଚ୍ଚାକୁ ଆସିଥିଲେ । ୧୨ ବର୍ଷରୁ କମ ବିଭାଗରେ ସେ ୨୦୧୮ରେ ବିଶ୍ୱ ଚାମ୍ପିୟନ ଓ ୨୦୧୮ ଏସୀୟ ଚେସ ଚାମ୍ପିୟନଶିପରେ ଗୁକେଶ ୫ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୮ ମାର୍ଚ୍ଚରେ ୩୪ତମ ଓପନ ଡେ କ୍ୟାପଲେ ଲା ଗ୍ରାଣ୍ଡ ଚେସ ଚାମ୍ପିୟନଶିପ ପରେ ସେ ଇଂଟରନ୍ୟାଶନାଲ ଗ୍ରାଣ୍ଡମାଷ୍ଟର ହୋଇଥିଲେ । ୨୦୧୯ ପର୍ଯ୍ୟନ୍ତ ସେ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲେ ।