Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Monday, Dec 23, 2024
Published on: Tuesday, December 10, 2024
National/International

ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତି ଶେଷ ! ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ବିଲ୍‌ ଉପସ୍ଥାପନ କରିବାକୁ ନେଇ ଚର୍ଚ୍ଚା


ଓଏନଏଲ୍(ବ୍ୟୁୁରୋ) - ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତି ନେଇସାରିଛନ୍ତି ବୋଲି ସୂଚନା ମିଳିଛି। ଶୀତ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ ରହିଥିଲା ବେଳେ ଏହା ମଧ୍ୟରେ ସରକାର ଏହି ବିଲ୍‌ ଉପସ୍ଥାପନ କରିବେ ବୋଲି କୁହାଯାଉଛି।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ସୁପାରିସ କରିବା ପରେ ଏହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିସାରିଛି। ତେବେ ସବୁ ଦଳର ସହମତି ପାଇଁ ଏହି ବିଲ୍‌ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଇବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଏକ ବିଶେଷ ସୂତ୍ରରେ ଜଣାପଡିଛି। ଏହାପରେ ଏହି ବିଲ ସଂସଦରେ ଉପସ୍ଥାପନ କରାଯିବ।

Recent News
Copyright © 2024 ODISHANEWSLIVE.COM. All rights reserved.