Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Monday, Dec 23, 2024
Published on: Tuesday, December 10, 2024
National/International

ବରିଷ୍ଠ IAS ସଞ୍ଜୟ ମାଲହୋତ୍ରା ହେବେ RBIର ନୂଆ ଗଭର୍ଣ୍ଣର


ଓଏନଏଲ୍(ବ୍ୟୁୁରୋ) -  ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ୩ ବର୍ଷ ପାଇଁ  ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ସେ କାର୍ଯ୍ୟ କରିବେ। ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍) ଥିବା ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ୨୦୨୨ରେ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ କରିଥିଲେ। ସଞ୍ଜୟ ମାଲହୋତ୍ରା ହେଉଛନ୍ତି ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ନଭେମ୍ବର ୨୦୨୦ରେ ସେ ଆରଇସିର ଅଧ୍ୟକ୍ଷ ଓ ଏମଡି ହୋଇଥିଲେ।

ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ ସଞ୍ଜୟ ମାଲହୋତ୍ରାଏହା ପୂର୍ବରୁ ସେ ଶକ୍ତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ସେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଗତ ୩୦ ବର୍ଷ ଧରି ମାଲହୋତ୍ରା ଶକ୍ତି, ଅର୍ଥ, ଟିକସ, ଆଇଟି ଏବଂ ଖଣି ଭଳି ବିଭାଗରେ କାର୍ଯ୍ୟ କରିସାରିଛନ୍ତି।

Recent News
Copyright © 2024 ODISHANEWSLIVE.COM. All rights reserved.