Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Wednesday, May 01, 2024
Odisha

ପୋଷ୍ୟ ସନ୍ତାନକୁ ମିଳିବ ଅନୁକମ୍ପା ନିଯୁକ୍ତି : ହାଇକୋର୍ଟ


ଓଏନଏଲ୍(ବ୍ୟୁୁରୋ) - ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁତ୍ରକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍‌‌) ୨୦୧୫, ସେପ୍ଟେମ୍ବର ୨୯ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଅନ୍ୟପଟରେ ସ୍ୟାଟ୍‌‌ ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆସନ୍ତା ଚାରି ସପ୍ତାହ ଭିତରେ ସ୍ୟାଟ୍‌‌ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କହିଛନ୍ତି ଖଣ୍ଡପୀଠ। ଓସିଏସ୍‌‌ (ଆରଏ) ନିୟମାବଳୀ, ୧୯୯୦ ଅନୁସାରେ ପଞ୍ଜୀକୃତ ଦଲିଲ ମାଧ୍ୟମରେ ଆଇନ ଅନୁଯାୟୀ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇବେ। କର୍ମଚାରୀଙ୍କ ମୃତ୍ୟୁ ପରେ ପଞ୍ଜୀକୃତ କରାଯାଇଥିବା ପୋଷ୍ୟ ସନ୍ତାନ ଦଲିଲକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ବେଳେ ବିଚାରକୁ ନିଆଯିବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ୧୯୯୬, ଅକ୍ଟୋବର ୧୦ର ଆଦେଶପତ୍ର ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହ ଏହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୧୯୯୦ ନିୟମାବଳୀର ବିରୁଦ୍ଧାଚରଣ କରିବା ସହିତ ପକ୍ଷଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେବା ସହିତ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି।

Recent News
Copyright © 2024 ODISHANEWSLIVE.COM. All rights reserved.