ଓଏନଏଲ୍(ବ୍ୟୁୁରୋ) - ଲୋକଙ୍କୁ ଏଭଳି ଭୟଭୀତ କରି ସାଇବର୍ ଅପରାଧୀମାନେ ଟଙ୍କା ଲୁଟୁଥିବା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଠକେଇ ଅଭିଯୋଗ ବଢ଼଼ିବାରୁ ସଚେତନ କରିଛି କମିସନରେଟ ପୁଲିସ। ଖୋଦ୍ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନ କରିବା ସହ ଏଭଳି କଲ୍ ଠାରୁ କିପରି ଦୂରେଇ ରହିବେ, ସେଥିଲାଗି ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତିଙ୍କୁ କଲ୍ ଆସୁଛି। କଲ୍ ଉଠାଇବା ପରେ ପାର୍ସଲ ଆସୁଛି, ସେଥିରେ ବ୍ରାଉନ୍ସୁଗର କିମ୍ବା ଅନ୍ୟାନ୍ୟ ବେଆଇନ୍ ସାମଗ୍ରୀ ଆସୁଛି। ଏଥିଲାଗି ୱାରେଣ୍ଟ ଆସିଛି, ଗିରଫ କରାଯିବ। ଉକ୍ତ କଲ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟ ସଂଯୋଗ କରି ସ୍କାଇପି ଲିଙ୍କ୍ରେ ଯୋଡ଼ି ଦିଆଯାଉଛି। ସମ୍ପୃକ୍ତ ସାଇବର ଅପରାଧୀ ପୁଲିସ ଅଧିକାରୀ ବେଶରେ ପୁଲିସ ପୋଷାକ ପିନ୍ଧି ଭିଡିଓ କଲ୍ରେ ପୀଡ଼ିତାଙ୍କ ସହ କଥା ହେଉଛି। ଫୋନ୍ ନ କାଟିବା ଲାଗି ପରାମର୍ଶ ଦେବା ସହ ତାଙ୍କୁ ଅନ୍ଲାଇନ୍ ଗିରଫ କରାଯାଉଥିବା କୁହାଯାଉଛି। ସମ୍ପୃକ୍ତି ପୀଡ଼ିତା ସେମାନଙ୍କର ହେପାଜତରେ ରହିଛ ବୋଲି କୁହାଯାଉଛି। ପରେ ପୀଡ଼ିତାଙ୍କୁ ଅନେକ ସମୟ ଧରି ଗୋଟିଏ ସ୍ଥାନରେ ବସିବାରେ ମାନସିକ ଭାରସ୍ୟମ ହରାଇ ବସୁଛି। ତେବେ ପୀଡ଼ିତା ମାନସିକ ସନ୍ତୁଳନ ହରାଇବା ପରେ ବ୍ୟାଙ୍କରେ ଥିବା ଜମାଟଙ୍କା ଦେବାକୁ ବାଧ୍ୟ କରାଯାଉଛି। ପରେ ବ୍ୟାଙ୍କ ବିଷୟରେ ସର୍ବିଶେଷ ତଥ୍ୟ ଦେବାକୁ କୁହାଯାଉଛି। ଏହି ଡିଜିଟାଲ ଗିରଫ ଦୁଇରୁ ୩ଦିନ ପର୍ଯ୍ୟନ୍ତ ଜାରିରହୁଛି। ପୀଡ଼ିତାଙ୍କୁ ଏକ ସ୍ଥାନରେ ବସାଇ ଡରାଇବା ସହ ଗିରଫଦାରୀ ଭୟ ଦେଖାଉଛନ୍ତି। ଏତେ ମାତ୍ରରେ ଭୟଭୀତ କରୁଛନ୍ତି ଯେ, ସାଇବର୍ ଠକ ଇସାରାରେ ସମ୍ପୃକ୍ତ ବ୍ୟକ୍ତି କାମକରୁଛି। ଆଉ ପୀଡ଼ିତା ଯାଇ ଆକାଉଣ୍ଟରୁ ସବୁ ଟଙ୍କା ଦେଇଦେଉଛି। ଏହି ସବୁ ପ୍ରକାର କଲ୍ ଠାରୁ ଦୂରେଇ ରୁହନ୍ତୁ। ସାଇବର୍ ଅପରାଧୀଙ୍କ ଏସମସ୍ତ କାରନାମା। ଏଭଳି କୌଣସି ପ୍ରକାରର ଗିରଫ ପୁଲିସ ଦ୍ୱାରା କରାଯାଏନାହିଁ। ଯଦି ଆପଣଙ୍କୁ ଏଭଳି କଲ୍ ଆସୁଛି, ସେସବୁକୁ ବିଶ୍ୱାସ କରନ୍ତୁନି। ତୁରନ୍ତ ନିକଟସ୍ଥ ଥାନା କିମ୍ବା ସାଇବର୍ ଥାନାକୁ ଯାଇ ଜଣାନ୍ତୁ।
ଏଥିସହ ସାଇବର୍ ହେଲ୍ପଡେସ୍କ ବି ଅଭିଯୋଗ କରିପାରିବେ। ଯଦି ଟଙ୍କା ଦେଇଛନ୍ତି, ତେବେ ୧୯୩୦କୁ କଲ୍ କରନ୍ତୁ। ଭୁବନେଶ୍ୱର ସହରାଞ୍ଚଳରେ ଥିବା ସାଇବର ହେଲ୍ପଡେସ୍କର ନମ୍ବର ୭୪୪୦୦୦୬୭୦୯କୁ କଲ୍ କରିବାକୁ ଡିସିପି ପ୍ରତୀକ ସିଂ ଅପିଲ୍ କରିଛନ୍ତି।