Please wait...

Trending Now
  • ବିଦା ହେବେ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ
  • ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ମିଳିପାରେ ଝଟ୍‌କା ! AC ଶ୍ରେଣୀର ରେଳ ଭଡ଼ାରେ ବୃଦ୍ଧି ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚା
  • ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଅଣ୍ଚା ଭିଡିଲା କମିଶନରେଟ ପୋଲିସ, ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ୍
  • ସମୟସୀମା ଭିତରେ ପ୍ରକଳ୍ପ ଗୁଡିକର କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ପୃଥ୍ୱୀରାଜ ହରିଚନ୍ଦନ
  • ଲୋକସଭାରେ ଆଗତ ହେଲା ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌, କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ
Sunday, Dec 22, 2024
Published on: Saturday, June 22, 2024
Special

ସୁଲଭ ମୂଲ୍ୟରେ ଆର୍ମି କ୍ୟାଣ୍ଟିନ୍‌ରେ ମିଳିବ KIA କାର୍‌, ଅର୍ଦ୍ଧସାମରିକ ଏବଂ ପୁଲିସ କର୍ମୀଙ୍କୁ ମିଳିବ ବିଶେଷ ଲାଭ


ଓଏନଏଲ୍(ବ୍ୟୁୁରୋ) - ଏଣିକି ସୁଲଭ ମୂଲ୍ୟରେ ଲକ୍‌ଜ୍ୟୁରୀ କିଆ କାର୍ କିଣିପାରିବେ ପୁଲିସ ଓ ଅର୍ଦ୍ଧସାମରିକ ବଳ ଅଧିକାରୀ। କାରଣ, କିଆ କାର୍ ଇଣ୍ଡିଆ, କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ସହ ହୋଇଥିବା ଚୁକ୍ତି ଅନୁଯାୟୀ, ଅର୍ଦ୍ଧସାମରିକ ଏବଂ ପୁଲିସ କର୍ମୀଙ୍କୁ କ୍ୟାଣ୍ଟିନ୍‌ରୁ କିଆ କାର୍ କିଣିବା ଉପରେ ମିଳିବ ବିଶେଷ ଲାଭ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାରର ସ୍ଥାପନା ୨୦୦୬ରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଦ୍ବାରା ଏକ କଲ୍ୟାଣକାରୀ ପହଲ ଭାବରେ କରାଯାଇଥିଲା। ଏହା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଆବଶ୍ୟକତାକୁ ପୂରଣ କରିଥାଏ, ଯେଉଁଥିରେ ବିଏସଏଫ୍, ସିଆରପିଏଫ୍, ସିଆଇଏସଏଫ, ଏସ୍‌ଏସ୍‌ବି, ଆଇଟିବିପି ଏବଂ ଆସାମ ରାଇଫଲ୍ସ ସାମିଲ ଅଛନ୍ତି। ଏହାର ଲାଭ ବିଭିନ୍ନ କେନ୍ଦ୍ରୀୟ ପୁଲିସ ସଂଗଠନ, ଯେପରିକି ଆଇବି, ବିପିଆରଡି ଏବଂ ଏନସିଆରବିକୁ ମିଳିଥାଏ। ଉଲ୍ଲେଖଯୋଗ୍ୟ, କିଆ କାର୍ ଏହାର ଉତ୍ତମ ଡିଜାଇନ, ଶକ୍ତିଶାଳୀ ଇଞ୍ଜି ତଥା ଅନେକ କନେକ୍ଟଟେଡ ଫିଚର୍ସ ପାଇଁ ଖୁବ୍ ପରିଚିତ। ଆଉ ଏହି ଚୁକ୍ତି ଅନୁଯାୟୀ, କିଆ କାରର ସେଲଟସ, କ୍ୟାରେନ୍, ସନେଟ୍‌ ଆଦି ମଡେଲକୁ ଆର୍ମି କ୍ୟାଣ୍ଟିନ୍‌ରେ ବିକ୍ରି କରାଯିବ।  ସୂଚନା ଅନୁସାରେ ଏହି ସୁବିଧା ୧୧୯ ମାଷ୍ଟର କ୍ୟାଣ୍ଟିନ୍ ଏବଂ ୧୯୦୦ରୁ ଅଧିକ ସହାୟକ କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବ।

Recent News
Copyright © 2024 ODISHANEWSLIVE.COM. All rights reserved.