logo
logo
add image
news image

କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଅଭାବନୀୟ ଘଟଣା, ଶିଶୁପୁତ୍ରର ତଣ୍ଟି ଚିପି କୂଅରେ ଫିଙ୍ଗିଦେଇଥିଲା ମାଆ

କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ନିଜ କଅଁଳ ଶିଶିର ତଣ୍ଟି ଚିପି ହତ୍ୟା କରିଛି ଜନ୍ତ କଲା ମାଆ । ସୂଚନା ଅନୁସାରେ କାନପୁର ଗାଁର ସତ୍ୟ ରଞ୍ଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡାଙ୍କ ସ୍ତ୍ରୀ ନିଜ ଜନ୍ମକଲା ପୁଅକୁ ଗତକାଲି ରାତିରେ ତାର ତଣ୍ଟିକୁ ଚିପି ହତ୍ୟା କରିବା ପରେ ଏକ ଅଖାରେ ପୁରାଇ ଘର ପାଖ କୂଅରେ ଫିଙ୍ଗିଦେଇଥିଲେ । ସକାଳୁୁ ପରିବାର ଲୋକେ ପୁଅକୁ ଖୋଜିବାରୁ ଶିଶୁଟିକୁ ସେ ମାରି ଦେଇଥିବା ଲକ୍ଷ୍ମୀପ୍ରିୟା  କହିଥିଲେ । ମାର୍ଶାଘାଇ ପୋଲିସ ଖବାର ପାଇ ଆସିବା ପରେ ଅଗ୍ନିଶମ ବାହିନିୀ ମୃତ ଶିଶୁଟିର ମୃତଦେକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଲକ୍ଷ୍ମୀପ୍ରିୟାଙ୍କୁ ଅଟକ ରଖି ମାର୍ଶାଘାଇ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

footer
Top