logo
logo
add image
news image

ଏଣିକି ବିଚାରପତିଙ୍କୁ ମାଇ ଲର୍ଡ ବଦଳରେ କୁହାଯିବ ସାର୍ ! ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଜଷ୍ଟିସ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତଖଣ୍ଡପୀଠ କଲେ ଅନୁରୋଧ

 ବିଚାରପତିଙ୍କୁ ମାଇ ଲର୍ଡ ବଦଳରେ କୁହାଯିବ ସାର୍ । ପ୍ରକାଶିତ ସାପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ତାଲିକାରେ ବିଚାରପତିଙ୍କୁ ମାଇ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର ଆଦି ସମ୍ବୋଧନ ନକରିବାକୁ ଆଇନଜୀବୀ ଓ ବିଭିନ୍ନ ପକ୍ଷଙ୍କୁ ଅନୁରୋଧ କରାଯାଇଛି । ସେହିପରି ସମ୍ବୋଧନ ପୂର୍ବରୁ ଅନରେବଲ ଉପସର୍ଗ ଯୋଗ ନକରିବାକୁ ମଧ୍ଯ ଅନୁରୋଧ କରାଯାଇଛି । ଏଣିକି ଆଇନଜୀବୀ ଓ ପକ୍ଷ ସାର(ମହୋଦୟ) ସମେତ କୋର୍ଟଙ୍କ ମର୍ଯ୍ୟାଦା ସଂଗତ ଅନ୍ୟ ସମ୍ବୋଧନର ରୀତି ଯଥେଷ୍ଟ ହେବ ବୋଲି ଖଣ୍ଡପୀଠ ଏଥିରେ ସ୍ପଷ୍ଟ କରିଛନ୍ଚି ।  ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏସମ୍ପର୍କରେ ଉଲ୍ଲେଖ ରହିଛି । 

footer
Top