logo
logo
add image
news image

ମହାପ୍ରଭୁଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ପାଇଁ ସୁଖସମୃଦ୍ଧି କାମନା କଲେ ନବନିଯୁକ୍ତ DGP ସୁନୀଲ କୁମାର ବଂଶଲ, କହିଲେ ରାଜ୍ୟରେ ଆଇନ୍ ଶୃଙ୍ଖଳା ରହିବ ପ୍ରାଥମିକତା

ନବନିଯୁକ୍ତ ଡିଜିପି ସୁନୀଲ କୁମାର ବଂଶଲ ସୋମବାର ପତ୍ନୀଙ୍କ ସହିତ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ତାଙ୍କର ଦିର୍ଘ ଦିନର ଆଶା ପୁରଣ ହୋଇଛି ବୋଲି  । ସେ ରାଜ୍ୟବାସାଙ୍କ ପାଇଁ ସୁଖସମୃଦ୍ଧି କାମନା କରିଥିବା କହଛନ୍ତି । ଏଥିସହ ଆଗକୁ ରାଜ୍ୟରେ ଆଗକୁ ପଞ୍ଚାୟତ ଏବଂ ପୌର-ବିଜ୍ଞାପିତ ପରିଷଦ ନିର୍ବାଚନ ଥିବାରୁ ରାଜ୍ୟରେ ଆଇନ୍ ଶୃଙ୍ଖଳା ତାଙ୍କ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ ହେବ ବୋଲି DGP କହିଛନ୍ତି। 

ରାଜ୍ୟରେ ଆଗକୁ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଟେକ୍ନୋଲୋଜି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି  ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହଛନ୍ତି। ୧୯୮୭ ମସିହା ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲ ବଂଶଲ ଡିସେମ୍ବର ୩୧ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ୧୯୯୪ ମସିହାରୁ ଦୀର୍ଘଦିନ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ।

footer
Top