logo
logo
add image
news image

କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି, ଟଳିତ ମାସରୁ କାର୍ଯ୍ୟକାରୀ ହେବ ବର୍ଦ୍ଧିତ ଦରମା ,ଉପକୃତ ହେବେ ୩୩,୦୩୮ ଶିକ୍ଷକ

ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ ।

ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୯,୨୦୦ ଟଙ୍କ ଥିବାବେଳେ ଏହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ଦ୍ବାରା ସମୁଦାୟ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ଦରମାରେ ବୃଦ୍ଧି ହେବ । ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବାବେଳେ, ୧୯,୭୧୪ କନିଷ୍ଠ ଶିକ୍ଷକ ଏହା ଦ୍ୱାରା ଉପକୃତ ହେବେ । 

footer
Top