logo
logo
add image
news image

କେନ୍ଦ୍ରକୁ ୭ ଦିନ ଭିତରେ ୬ଟି ଜିଲ୍ଲାର ବାତ୍ୟାଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବ କେନ୍ଦ୍ରୀୟ ଟିମ୍‌ ,ରାଜ୍ୟ ସରକାର ମଧ୍ୟ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କୁ କ୍ଷତିଭରଣା ପାଇଁ ଦେବେ ସ୍ମାରକପତ୍ର

ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲାର ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍‌ ୬ ଜିଲ୍ଲା (ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା)କୁ ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ।  କ୍ଷେତ୍ର ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍‌ ଏନେଇ ଏସଆରସିଙ୍କ ସହ ଆଲୋଚନା କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କୁ କ୍ଷତି ଭରଣା ପାଇଁ ସ୍ମାରକପତ୍ର ଦେବେ ।

କେନ୍ଦ୍ରୀୟ ଟିମର ସୂଚନା ଅନୁସାରେ ବାତ୍ୟାଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇ ଓ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚିନାବାଦାମ ପରି ଅର୍ଥକରୀ ଫସଲ, ପନିପରିବା ବିଲରେ ପଚିଯାଇଛି । କେନ୍ଦ୍ରୀୟ ଟିମ୍ ଏହିସବୁ କ୍ଷୟକ୍ଷତିର ଆକଳନ କରି ସପ୍ତାହକ ମଧ୍ୟରେ ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ କିପରି ଉଚିତ୍‌ ସହାୟତା ମିଳିବ, ସେନେଇ କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ କେନ୍ଦ୍ରୀୟ ଟିମ  ଦିଲ୍ଲୀ ଫେରିଯାଇଛି ।

 

footer
Top