logo
logo
add image
news image

ଅବେଳରେ ଚାଲିଗଲେ ଅଂଶୀ ଓ ଅଞ୍ଜନା ! ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ୨୦୧୯ର ମିସ୍‌ କେରଳ ଓ ୨୦୨୧ରେ ମିସ୍‌ ସାଉଥ ଇଣ୍ଡିଆଙ୍କ ପରଲୋକ

୨୦୧୯ର ମିସ କେରଳ ୨୫ ବର୍ଷୀୟ ଅଂଶୀ କାବୀର ଓ ଉପ ବିଜେତା ୨୬ ବର୍ଷୀୟ ଡା ଅଞ୍ଜନା ଶାଜନଙ୍କର ସୋମବାର ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ମୃତ୍ଯୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କୋଚି ଜାତୀୟ ରାଜପଥରେ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ଭାରସାମ୍ୟ ହରାଇବାରୁ ଏହା ସିଧା ରାସ୍ତାକଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟିର ସାମ୍ନା ପଟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଂଶୀ ଓ ଡା ଅଞ୍ଜନାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଫୋର୍ଡ ଫିଗୋ ଧକ୍କାରେ ରାସ୍ତାରେ ଯାଉଥିବା ଜଣେ ସ୍କୁଟି ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। କାର୍‌ର ଡ୍ରାଇଭର ଓ ଆଉ ଜଣେ ଗୁରୁତର ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଅଂଶୀ ଓ ଡା ଅଞ୍ଜନାଙ୍କୁ ତୁରନ୍ତ ହସପିଟାଲ୍ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ପୋଲିସ କହିଛି ଫରେନ୍ସିକ ଯାଞ୍ଚ ପରେ ହିଁ କାର୍‌ରେ ଥିବା ଲୋକମାନେ ସିଟ୍‌ ବେଲ୍ଟ ପିନ୍ଧିଥିଲେ କି ନାହିଁ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ଏବେ ଦ୍ରୁତ ଗାଡ଼ି ଚାଳନା ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି।

footer
Top