logo
logo
add image
news image

ଆନ୍ଧ୍ର-ଓଡ଼ିଶା ସୀମାରେ ‘ଅପେରସନ ପରିବର୍ତ୍ତନ’ ଆରମ୍ଭ , ଗଞ୍ଜେଇ ବ୍ୟବସାୟ ଓ ଚାଷକୁ ରୋକିବା ମୂଳ ଲକ୍ଷ୍ୟ

ଗଞ୍ଜେଇ ବ୍ୟବସାୟ ଓ ଚାଷକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ଆରମ୍ଭ ହୋଇଛି ‘ଅପେରସନ ପରିବର୍ତ୍ତନ’। ଏହି କ୍ରମରେ ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଗୌତମ ସ୍ଵାଂଗଙ୍କ ସହ ବିଶାଖାପାଟଣାଠାରେ ଓଡ଼ିଶା, ତେଲେଙ୍ଗାନା, କର୍ଣ୍ଣାଟକା, ତାମିଲନାଡୁ ଓ କେରଳର ଏଡିଜିପି ରାଙ୍କର ପୋଲିସ ଅଧିକାରୀ, ଜିଲ୍ଲାପାଳ ଓ ନିଶା ନିବାରଣ ଅଧିକାରୀଙ୍କ ବୈଠକ କରିଛନ୍ତି। ବୈଠକରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ବ୍ୟାପକ ଚାଲାଣ ହେଉଥିବା ଯୋଗୁ ସମସ୍ତ ରାଜ୍ୟର ସୀମାରେ ଏହା ଉପରେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି। ଆନ୍ଧ୍ର- ଓଡ଼ିଶା ସୀମାରେ ମୋଟ ୧୫୦୦୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଛି। ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବା ସହ ଆଦିବାସୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ସମେତ ଗଞ୍ଜେଇ ଚାଷ ଓ ବ୍ୟବସାୟ ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ମୋଟ ୧୦ଟି ଟିମ ନିୟୋଜିତ ହୋଇଛନ୍ତି। ସୂଚନା ଅନୁସାରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଗଞ୍ଜେଇ ବ୍ୟବସାୟ ଓ ଗଞ୍ଜେଇ ଚାଷ ବୃଦ୍ଧି ପାଇଛି । 

footer
Top