logo
logo
add image
news image

ରାଜ୍ୟ ସରକାରଙ୍କ ପକ୍ଷରୁ ‘ହର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ, ଏପର୍ଯ୍ୟନ୍ତ ଟିକା ନେଇନଥିବା ଲୋକଙ୍କୁ ଟିକାକରଣ ପାଇଁ ପ୍ରବର୍ତ୍ତାଇବ ପରିବାର କଲ୍ୟାଣ ବିଭାଗ

ରାଜ୍ୟରେ ଆଜି ଠାରୁ (ନଭେମ୍ବର ୨) ‘ହର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଯେଉଁମାନେ କୋରୋନାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ସ୍ୱାସ୍ଥ୍ୟକର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗରେ ଏମାନଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ ସହ ଡିସେମ୍ବର ଆଗରୁ ଦ୍ୱିତୀୟ ଡୋଜ୍ ଡ୍ୟୁ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକାକରଣ ଦିଆଯାଇପାରିବ । 

‘ହର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି  ଏପର୍ଯ୍ୟନ୍ତ ଟିକା ନେଇନଥିବା ଲୋକଙ୍କୁ  ଟିକାକରଣ ପାଇଁ ପ୍ରବର୍ତ୍ତାଇବା  । ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସର ଲୋକେ ଯେପରି ପ୍ରଥମ ଡୋଜ୍ ଟିକା ନେବେ ତା ଉପରେ ଧ୍ୟାନ ଦିଆଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । 

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁୁୁୁୁସାରେ ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକାକରଣ କେନ୍ଦ୍ରା ଖୋଲିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨ କୋଟି ୫୭ ଲକ୍ଷ ଲୋକ ପ୍ରଥମ ଡୋଜ୍  ଓ  ୧ କୋଟି ୧୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜନେଇସାରିଲେଣି ।

footer
Top