logo
logo
add image
news image

ମୋଦିଙ୍କୁ ଚିଠି ଲେଖିଲେ ନବୀନ; MNREGAରେ କାର୍ଯ୍ୟ ଦିବସ ବୃଦ୍ଧି ସହ ଠିକ୍‌ ସମୟରେ ବକେୟା ପାଣ୍ଠି ପ୍ରଦାନ କରିବାକୁ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନରେଗା  କାର୍ଯ୍ୟ ଦିବସ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ଏହି କ୍ରମରେ ସେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଚିଠିରେ ଲେଖିଛନ୍ତି ।

ଏଥିସହ ନବୀନ କହିଛନ୍ତି, ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ସଠିକ୍ ସମୟରେ ଅର୍ଥ ମଞ୍ଜୁର କରୁ, ଫଳରେ ଶ୍ରମିକଙ୍କୁ ଠିକ୍ ସମୟରେ ପାରଶ୍ରମିକ ଦିଆଯାଇପାରିବ । ଏବେସୁଦ୍ଧା କେନ୍ଦ୍ର ଉପରେ ୧୦୮୮.୭୨ କୋଟି ମନରେଗା ବାବଦକୁ ବକେୟା ପଡ଼ିଛି । ବେକାରୀଙ୍କୁ ମନରେଗା ଯୋଜନା ଅଧୀନରେ ମଜୁରୀ ଦେବା ନିୟମ ରହିଛି, ତେଣୁ ଠିକ୍‌ ସମୟରେ ବକେୟା ମନରେଗା ପାଣ୍ଠି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଗ୍ରାମାଞ୍ଚଳରେ ବିଶେଷ କରି କୋରୋନା ସମୟରେ ଏନଜିଏନଆରଇଜିଏର ଚାହିଦା ବଢୁଛି, କାରଣ କୋରୋନା କାଳରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ତେଣୁ ସେମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନଜରରେ ରଖି ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

footer
Top