logo
logo
add image
news image

ଦୀପାବଳିରେ ସବୁଜ ବାଣ ଫୁଟାଇବା ନେଇ ହାଇକୋର୍ଟଙ୍କ ଅନୁମତି, SRCଙ୍କ ଗାଇଡଲାଇନ ଅନୁସାରେ ରାତି ୮ଟାରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ ଲୋକ

ପୂର୍ବ ବର୍ଷ କରୋନା ମହାମାରୀ ସମୟରେ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ବେଳେ ଚଳିତ ବର୍ଷ  ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ କେବଳ ସବୁଜ ବାଣ ବ୍ୟବସାୟ ଓ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି । ହାଇକୋର୍ଟ ଅଲ ଓଡ଼ିଶା ଫାୟାର  ୱାର୍କର ଆଣ୍ଡ ଡିଲର ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣୀ କରି ହାଇକୋର୍ଟ ରାଜ୍ୟରେ ସୁବଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । 

ଓଡିଶା ହାଇକୋର୍ଟ ଅନୁମତି ପରେ ବାଣ ବ୍ୟବାହର ଓ ବିକ୍ରି ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଏସ୍‌ଆର୍‌ସି। ଦୀପାବଳି, ଛଟ୍, କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଣ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି। ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟା ଅନୁମତି। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି କେବଳ ଅନୁମତି ପ୍ରାପ୍ତ ଦୋକାନୀମାନେ ହିଁ ସବୁଜ ବାଣ ବିକ୍ରି କରିପାରିବେ ଓ ଅନ୍ୟ କୌଣସି ବାଣକୁ ଦୋକାନୀମାନେ ବିକ୍ରି କରିପାରିବେ ନାହିଁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

footer
Top