logo
logo
add image
news image

ନଭେମ୍ବର ୧ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ବୁକିଂ ପରେ ଅନୁମତି ମିଳିଲେ ପର୍ଯ୍ୟଟକଙ୍କୁ ମିଳିବ ରାତ୍ର ରହଣୀ ଅନୁମତି

ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା ଅନୁସରେ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍‌ ପଟୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଛି। ସୂଚନା ଅନୁସାରେ ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ି ଯାଇପାରିବ ଓ ଶିମିଳିପାଳରେ ରାତ୍ର ଯାପନ କରିବାକୁ ହେଲେ ଅନ୍‌ଲାଇନ୍‌ରେ ବୁକିଂ କରିପାରିବେ। ବୁକିଂ ପରେ ଅନୁମତି ମିଳିଲେ ପର୍ଯ୍ୟଟକମାନେ ରାତ୍ର ରହଣୀ କରିପାରିବେ। ଅଭୟାରଣ୍ୟ ଭିତରେ ପ୍ରବେଶ ସମୟରେ କୌଣସି ପର୍ଯ୍ୟଟକ ପ୍ଲାଷ୍ଟି ବୋତଲ ନେଇପାରିବେ ନାହିଁ। ତେଣୁୁୁୁ ପର୍ଯ୍ୟଟକଙ୍କୁ ଆକ୍ୱାଗାର୍ଡ ପାଣି ଯୋଗାଇ ଦିଆଯିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମେ’ ୧୫ ତାରିଖରୁ ବର୍ଷା ଋତୁ ସମେତ ପ୍ରଜନନ ଋତୁକୁ ଆଖି ଆଗରେ ରଖି ଅଭୟାରଣ୍ୟ ବନ୍ଦ କରାଯାଇଥିଲା । 

footer
Top