logo
logo
add image
news image

ଟଙ୍କା ସଂଗ୍ରହ ପାଇଁ ଭିଡିଓ ଭାଇରାଲ ପ୍ରସଙ୍ଗରେ ଦିବଂଗତ ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସଙ୍କ ଅନୁରୋଧ, ଭାଉଜ ଓ ପୁଅର ଭବିଷ୍ୟତ ସୁରକ୍ଷିତ କରିବାକୁ ସକ୍ଷମ ତାଙ୍କ ପରିବାର

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ପରେ ଟଙ୍କା ସଂଗ୍ରହ ପାଇଁ ସୋସିଆଲ ମିଡିଆରେ ହେଉଥିବା ଭାଇରାଲ  ଭିଡିଓ ପ୍ରସଙ୍ଗରେ  ଅରିନ୍ଦମଙ୍କ ପରିବାର ଲୋକେ ଏକ ଟୁଇଟ କରି, ସୋସିଆଲ ମିଡିଆରେ ଚାଲିଥିବା ଏହି ଅପପ୍ରଚାରକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଫେସବୁକରେ ଜଣେ ଲୋକ ତାଙ୍କ ପରିବାରକୁ ଟଙ୍କା ଦରକାର କହି ଟଙ୍କା ସଂଗ୍ରହ ପାଇଁ ଭିଡିଓ ଜାରି କରିଥିଲେ । ଅରିନ୍ଦମଙ୍କ ମୃତ୍ୟୁର ଏକ ସପ୍ତାହ ପରେ ତାଙ୍କ ପରିବାର ଟୁଇଟ୍ କରି ସୋସିଆଲ ମିଡିଆରେ ଏହି ଅପପ୍ରଚାର ରୋକିବାକୁ କହିଛନ୍ତି । ଟୁଇଟରେ ଅରିନ୍ଦମଙ୍କ ଭଉଣୀ ଝରଣା କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସୋସିଆଲ ମିଡିଆରେ ଅପପ୍ରଚାର ଓ ଉପହାସ କରାନଯାଉ । ଭଗବାନଙ୍କ କୃପାରୁ ସେମାନେ ଏହି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ । ଅରିନ୍ଦମଙ୍କ ପତ୍ନୀ ଓ ପୁଅର ଭବିଷ୍ୟତ ସୁରକ୍ଷିତ କରିବାକୁ ଭାଇ ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟ ରହିଛନ୍ତି । ପରିବାର ଭାବେ ଅରିନ୍ଦମଙ୍କ ଯାହାବି ଆର୍ଥିକ ବୋଝ ରହିଛି ତାହାକୁ ସେମାନେ ମିଳିତ ଭାବେ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି ଝରଣା ଦାସ ।

footer
Top