logo
logo
add image
news image

କ୍ରିକେଟ୍ ଦୁନିଆରେ ଇତିହାସ ରଚିଲେ ମନ୍ଧାନା, ପିଙ୍କ୍ ବଲ୍ ଟେଷ୍ଟ୍ ମ୍ୟାଚରେ ଶତକୀୟ ଇନିଂସ୍ ଖେଳି ନିଜ ନାଁରେ କଲେ ରେକର୍ଡ

ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ମନ୍ଧାନା ଶତକୀୟ ଇନିଂସ୍ ଖେଳି ଇତିହାସ ରଚିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା ଏଥିସହ ମନ୍ଧାନା ଦ୍ୱିତୀୟ ଭାରତୀୟ (ଉଭୟ ପୁରୁଷ ଓ ମହିଳା) ଭାବେ ପିଙ୍କ୍ ବଲରେ ଶତକ ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ପୁରୁଷ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପିଙ୍କ୍ ବଲରେ ଶତକ ମାରିଥିଲେ। କୋହଲି ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ଶତକ ହାସଲ କରିଥିଲେ।

 

ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା ପିଙ୍କ ବଲ୍ ଟେଷ୍ଟର ଦ୍ୱିତୀୟ ଦିବସରେ ୧୭୦ ବଲରେ ଓ ଏଲିସ୍ ପେରୀଙ୍କ ବଲରେ ଚୌକା ମାରି ମନ୍ଧାନା ନିଜର ଶତକ ପୂରଣ କରିଥିଲେ। ୧୨୭ ରନ୍ କରି ଆଶେଲ ଗାର୍ଡନରଙ୍କ ବଲରେ ମନ୍ଧାନା ଆଉଟ୍ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ମନ୍ଧାନା ନିଜ ଇନିଂସରେ ୨୧୬ ବଲ୍ ଖେଳି ୨୨ ଚୌକା ଓ ୧ ଛକା ମାରିଛନ୍ତି। ମନ୍ଧାନାଙ୍କ ଏହି ସଫଳତା ପରେ କ୍ରିକେଟ ମହଲରୁ ସୋଲିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଦେଖିବାକୁ ମିଳିଛି ।  

footer
Top