logo
logo
add image
news image

CARE ହସ୍ପିଟାଲ୍ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ, ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ

ପ୍ରତିବର୍ଷ ହୃଦରୋଗଜନିତ ରୋଗୀ ଓ ଏଥିରେ ଅନେକଙ୍କ ମୃତ୍ୟୁ ଏବେ ଏକ ଚିନ୍ତାଜନକ ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି କ୍ରମରେ ଆଜି ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ସମାଜକୁ ସଚେତନାର ବାର୍ତ୍ତା ଦେଇଛି ଭୁବନେଶ୍ୱର କେୟାର ହସ୍ପିଟାଲ। ଲୋକଙ୍କୁ ସଚେତନ କରିବାକୁ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜନ କରାଯାଇଥିଲେ ଏବଂ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଟିଭି ନେଟୱାର୍କ ଏମଡି ଜଗି ମଙ୍ଗତ୍ ପଣ୍ଡା ଓ କେୟାର ହସପିଟାଲର Chief Consultant( Cardiologist) ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପତାକା ଦେଖାଇ ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ।

ଏହି ସାଇକ୍ଲୋଥନ କେୟାର ହସ୍ପିଟାଲରୁ ବାହାରି ଚନ୍ଦ୍ରଶେଖରପୁର, ନାଲକୋ ଛକ, ଆଚାର୍ଯ୍ୟବିହାର, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଗଙ୍ଗନଗର ଅଞ୍ଚଳ ଆଦି ଅତିକ୍ରମ କରି ଶେଷ ହୋଇଥିଲା। ପ୍ରତିଦିନ ସମସ୍ତେ ହାଲୁକା ବ୍ୟାୟାମ କରିବା ଓ ସୁସ୍ଥ ରହିବାକୁ କେୟାର ହସପିଟାଲର Chief Consultant( Cardiologist) ଡାକ୍ତର ମହେନ୍ଦ୍ର ତ୍ରିପାଠୀ ମତ ଦେଇଥିଲେ। ସୂଚନାଯୋଗ୍ୟ, ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଆସୁଛି। କେୟାର ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏହି ସାଇକ୍ଲୋଥନରେ ବହୁ ସଖ୍ୟାରେ ଯୁବକ ଓ ବିଭିନ୍ନ ବୟସ ବର୍ଗରେ ଲୋକ ଯୋଗ ଦେଇଥିଲେ ।

footer
Top