logo
logo
add image
news image

ବିଶିଷ୍ଟ ଓ ପ୍ରସିଦ୍ଧ ଥିଏଟରର କଳାକାର ଅନନ୍ତ ମହାପାତ୍ରଙ୍କ କରକମଳରେ “Gour & Parbati” ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ଓ ପ୍ରସିଦ୍ଧ ଥିଏଟରର କଳାକାର ଅନନ୍ତ ମହାପାତ୍ରଙ୍କ କରକମଳରେ “GPG Enterprise” ଦ୍ୱାରା ପ୍ରକାଶିତ “ଗୌର ଆଣ୍ଡ ପାର୍ବତୀ” ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ସମ୍ବାଦପତ୍ର “ଆଶାପ୍ରଦୀପ”ର ସମ୍ପାଦିକା ବ୍ରାହ୍ମିପ୍ରିୟା ସାମନ୍ତରାୟଙ୍କ ତତ୍ବାବଧାନରେ ପରିଚାଳିତ “AP News-odia“ର YouTube Channel ବ୍ୟାନରରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । 

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନନ୍ୟ ତଥା କିମ୍ବଦନ୍ତୀ କଳାକାର ଦମ୍ପତି ଗୌରପ୍ରସାଦ ଘୋଷ ଏବଂ ପାର୍ବତୀ ଘୋଷଙ୍କର ସୁଯୋଗ୍ୟା କନ୍ୟା ରାତ୍ରି ଘୋଷ ବର୍ମନଙ୍କର ଅନନ୍ୟ ପ୍ରୟାସ ହେଉଛି “Gour & Parbati” ପୁସ୍ତକ । ଏହି ପୁସ୍ତକ ସମ୍ପର୍କରେ ବିଶିଷ୍ଟ ଥିଏଟର୍ କଳାକାର ଅନନ୍ତ ମହାପାତ୍ର ଭୁୟସୀ ପ୍ରଶଂସା କରିବା ସହ ପାର୍ବତୀ ଘୋଷ ଏବଂ ଗୌର ଘୋଷଙ୍କ ସ୍ମୃତିରାଜି ଅବତାରଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ତ୍ରିପୁରା ମିଶ୍ର, ପ୍ରାଚୀ ତାରା, ବୈଷ୍ଣବ ଚରଣ ମହାନ୍ତି, ମଞ୍ଜୁବାଳା ଦାସ ଓ କ୍ଷୀରୋଦ ନାୟକ ପ୍ରମୁଖ; ଏହି ଅବସରରେ ସେମାନଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ।

footer
Top