logo
logo
add image
news image

ଧଳା ଜହରର ପେଣ୍ଠସ୍ଥଳୀ ପାଲଟିଗଲାଣି ଜଳେଶ୍ଵର ! ୩୫୦ ଗ୍ରାମର ବ୍ରାଉନସୁଗାର ଜବତ ଓ ମହିଳାଙ୍କ ସହ ୪ ଅଟକ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଏବେ ନିଶା ବେପାରୀଙ୍କ ପାଇଁ ସତେ ଯେପରି ଭୂସ୍ୱର୍ଗ ପାଲଟିଛି । ଝାଡେଶ୍ଵରପୁର ଓ ରାଜପୁର ଅଞ୍ଚଳରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ ସହ  ଜଣେ ମହିଳା ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଏମାନେ ହେଲେ ସେକ୍ ଭିକାରୀ, ସେକ୍ ରାଜା ଓ ସେକ୍ ମମତାଜ। ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ଵର ପୋଲିସ ବିଶେଷ ସୂତ୍ରରୁ ଖବର  ପାଇ ଝାଡେଶ୍ୱରପୁର ଅଞ୍ଚଳରେ ସେକ ନୁରହୁସେନ ଘରେ ଚଢ଼ାଉ କରି ୧୫୦ ଗ୍ରାମ୍‌ରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ କରିବା ସହିତ ସେକ ନୁରହୁସେନଙ୍କର ସ୍ତ୍ରୀ ସହିତ ୨ ପୁଅ ସେକ ଭିକାରୀ ଓ ସେକ ରାଜାକୁ ଅଟକ ରଖି ଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ରାଜପୁର ଅଞ୍ଚଳରେ ଚଢାଉ କରି କିଙ୍ଗପିନ୍ ସେକ ମମତାଜକୁ ଗିରଫ କରିବା ସହ ୨୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ କରି ତଦନ୍ତ ଜାରି ରଖିଛି ।

footer
Top