logo
logo
add image
news image

ଶୁଖିଲା ଖାଦ୍ୟ ଧରି ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚିଲେ କଂଗ୍ରେସ ନେତା ଗଣେଶ୍ବର

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ ପଞ୍ଚାୟତରେ ବନ୍ୟା ସ୍ଥିତି ପରିଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା । ଲଘୁଚାପଜନିତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏହି ବନ୍ୟାରେ ସିଂହଗାଁ, ବଡ଼ ରାଉଳିଆ, ସାନ ରାଉଳିଆ ଓ କୃଷ୍ଣଦାସପୁର ବେଶ ପ୍ରଭାବିତ ହୋଇଛି, ବନ୍ୟା ଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ବୁଝିଥିଲେ ଗଣେଶ୍ୱର । ଏଥିସହ ସିଂହଗାଁ ପଞ୍ଚାୟତର ଜଳବନ୍ଦୀ ଗ୍ରାମରେ ଥିବା ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରି ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ନେତା ଗଣେଶ୍ୱର ବେହେରା ପରାମର୍ଶ ଦେଇଥିବା ଜଣାପଡିଛି ।

footer
Top