logo
logo
add image
news image

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଶିଶୁ ହତ୍ୟା ମାମଲା - ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଶିଶୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଦାଖମ ପିଟିସନ ଉପରେ ସତ୍ୟପାଠ ପାଇଁ  ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ସମୟ ଦେଇଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବୀ କରିଛନ୍ତି ମୃତ ପରୀର ମାଆ ସୌଦାମିନି ସାହୁ । ଦାଖଲ ହୋଇଥିବା ଏକ ପିଟିସନରେ କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ  ରାଜ୍ୟକୁ  ଚାରି ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ରେଜିଷ୍ଟାର ରାଜେଶ କୁମାର ଗୋଏଲଙ୍କ ଖଣ୍ଡପୀଠ ମମାଲର ଶୁଣାଣୀ ହୋଇଛି ଓ  ଏପ୍ରିଲ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ  । ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲାର ଯଦୁପୁର ଶିଶୁ ପରୀକୁ ଅପହରଣ, ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

footer
Top