logo
logo
add image
news image

ରାଜ୍ୟ ବଜେଟ 2021କୁ ଲୋକାଭିମୁଖୀ ଓ ବିକାଶମୁଖୀ ବଜେଟ୍ କହିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଚଳିତ 2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏକ ଲକ୍ଷ 76 ହଜାର କୋଟି ଟଙ୍କାର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ବଜେଟ ଲୋକାଭିମୁଖୀ ଓ ବିକାଶମୁଖୀ, ନୂଆ ଓଡ଼ିଶା, ଏଥିସହ ସଶକ୍ତ ଓଡ଼ିଶାର ଯାତ୍ରାରେ ଏହି ବଜେଟ୍ ସହୟାକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଲୋକଙ୍କ ସପକ୍ଷରେ, ଲୋକଙ୍କ ଉନ୍ନତିର ବଜେଟ୍ । ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନରେ ଏହି ବଜେଟ୍ ସହାୟକ ହେବ । ଏଥି ସହିତ ଏହି ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

footer
Top