logo
logo
add image
news image

ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ, କୋରୋନା ସତ୍ତ୍ୱେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆ ଯାଇଥିବା କହିଲେ ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପିତ କରିଛନ୍ତି  ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ମହାମାରୀ କରୋନା ଯୋଗୁଁ ବିକାଶ କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାର କରୋନାର ସଫଳ ମୁକାବିଲା କରିଛନ୍ତି । କରୋନା ସତ୍ତ୍ୱେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି ।ଏହା ଏକ ବିକାଶମୂଖୀ ଓ ଜନମଙ୍ଗଳକାରୀ ବଜେଟ୍ । ଯାହା ବିଗତ 2020-21 ସଂଶୋଧିତ ଆର୍ଥିକ ବଜେଟର 26 ପ୍ରତିଶତ ଅଧିକ ଅଟେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି।

 

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ 180 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେବେ ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟ ଜନସାଧାରଣଙ୍କର କଲ୍ୟାଣ,ସମୃଦ୍ଧି ଓ ବିକାଶ ନିମନ୍ତେ ଏକ ସମତୁଳ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଆଶା ଏ ବଜେଟ୍ ଆମ ସରକାରଙ୍କ ରାଜ୍ୟବାସୀଙ୍କ ପାଖରେ ଥିବା ପ୍ରତିବଦ୍ଧତାର ଏକ ପ୍ରତିଫଳନ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

footer
Top