ସମୁଦ୍ର ତଟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ନେଇ ପ୍ରଶାସନର ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଓ ସ୍ଥାନୀୟ ମତ୍ସ୍ୟଜୀବୀ ଏହି ନିର୍ମାଣକୁ ବିରୋଧ କରି ଗୋପାଳପୁରର ସ୍ଥାନୀୟ ମତ୍ସ୍ୟଜୀବୀ ରାସ୍ତା ଉପରେ ଧାରଣାରେ ବସିବା ସହ ଖାଦ୍ୟ ଖାଇଛନ୍ତି ।
ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ସମୁଦ୍ର ତଟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ଲୁଫ୍ଲାଗ୍ ବିଚ୍ ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ୍ ରଖିବା ସହ ଏଠାରୁ ମାଛ ଧରିବାକୁ ଯାଇଥାନ୍ତି। ତେଣୁ ଯଦି, ଏଠି ସ୍ୱତନ୍ତ୍ର ବିଚ୍ ନିର୍ମାଣ ହୁଏ ତେବେ ମତ୍ସଜୀବୀ ଜୀବିକା ହରାଇବେ । ତେଣୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ବିରୋଧରେ ଲୋକ ଧାରଣାରେ ବସିଛନ୍ତି ।