logo
logo
add image
news image

କଳାହାଣ୍ଡି କାର୍ଲାପାଟ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି କାର୍ଲାପାଟ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ଟିମ୍ । ଏନେଇ ଗୁରୁବାର କଳାହାଣ୍ଡିରେ ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଏକ ସ୍ୱତନ୍ତ୍ର ପ୍ରକାରର ଭୂତାଣୁ ସଂକ୍ରମଣରେ କଳାହାଣ୍ଡି କାର୍ଲାପାଟ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଭଳି ମାମଲା ରାଜ୍ୟରେ ପ୍ରଥମ, ତେଣୁ କେନ୍ଦ୍ରୀୟ ଟିମ୍ ଆସି ଘଟଣାର ଅଧିକ ତଦନ୍ତ କରିବ ।

 

ବର୍ତମାନ ସୁଦ୍ଧା ହ୍ୟୁମରେଜିକ୍ ସେଫଟିସେମିଆ ନାମକ ଭୂତାଣୁ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯାଇଥିବା ବେଳେ ବାକି ଦୁଇ ହାତୀ ଏହି ଭୂତାଣୁ କବଳରୁ ବର୍ତ୍ତି ଯାଇଛନ୍ତି । ସେହି ଦୁଇ ହାତୀଙ୍କୁ ଏହି ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସମ୍ପଦ ବିଭାଗ କାର୍ଯ୍ୟ କରୁଛନ୍ତି । ଏଥିସହିତ ଅଭୟାରଣ୍ୟ ଓ ତାର ଆଖ ପାଖ ଅଞ୍ଚଳରେ ପଶୁ ଓ ଗୃହପାଳିତ ପଶୁ ମାନଙ୍କର ଟୀକାକରଣ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ଓ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

footer
Top