ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଷ୍ଟେସନରେ ଚାରିଜଣ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଦିଆଯିବା ଘଟଣାରେ ଓଡିଶା ମାନବ ଅଧିକାର ଆୟୋଗ (ଓଏଚଆରସି) ମାମଲା ଦାୟର କରିଛନ୍ତି । ମାର୍ଚ୍ଚ ୩୦ ସୁଦ୍ଧା ଏକ ରିପୋର୍ଟ ଦାଖଲ କରିବାକୁମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।
ସୂଚନାନୁସାରେ, ସୁନା ଅଳଙ୍କାର ଚୋରି ଅଭିଯୋଗରେ ପୋଲିସ ଫେବୃଆରୀ ୧୨ରେ ଚାରିଜଣ ନାବାଳକଙ୍କୁ ଘରୁ ଉଠାଇ ନେଇଥିଲା। ଘଟଣାର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ କୋର୍ଟକୁ ପଠାଇବା ପରିବର୍ତ୍ତେ ପୋଲିସ ଅଭିଯୁକ୍ତମାନଙ୍କୁ ଜେଲରେ ମାଡମାରିବା ସହ ଇଲେକ୍ଟ୍ରିକ ସକ୍ ଦେଇଥିଲା ବୋଲି ଚାରିଜଣ ନାବାଳକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ପୋଲିସ ଷ୍ଟେସନ ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହି ଚାରିଜଣ ଅଭ୍ୟାସଗତ ଅପରାଧୀ। ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତଙ୍କ ଘରୁ ଚୋରି ହୋଇଥିବା ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇଛି।