ଭୁବନେଶ୍ବର - ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ Help Mate ପକ୍ଷରୁ ରାଜ୍ୟସ୍ତରୀୟ କୋରୋନା ଯୋଦ୍ଧା ସମ୍ମାନ ୨୦୨୧(ଶ୍ରୀ ସେବା ସମ୍ମାନ) ପ୍ରଦାନ କରାଯାଇଛି । ଏହି ଅବସରରେ ଉଲ୍ଲଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମାଜସେବୀ ତଥା ଲେଖିକା ରେଣୁବାଳା ଦଳାଇଙ୍କ ସମେତ ଅନ୍ୟ ସମାଜସେବୀ ଓ ଟ୍ରାଫିକ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । AG ଛକ ସ୍ଥିତ ଟ୍ରାଫିକ୍ ଅଡିଟୋରିୟମରେ ଗତ ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ DCP(ଟ୍ରାଫିକ) କିଶୋର କୁମାର ପାଣିଗ୍ରାହୀ ଶ୍ରୀମତୀ ଦଳାଇଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିବା ବେଳେ Help Mate ସଂଗଠନର ସଭାପତି ଡକ୍ଟର ଅଞ୍ଜଳୀ ତ୍ରିପାଠୀ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିସନରେଟ ପୋଲିସର ବହୁ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନର ସମ୍ପାଦିକା ନିବେଦିତା ଭଞ୍ଜ ଓ ଅନ୍ୟ ସଦସ୍ୟମାନେ ।