ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ପୋଲିସ ପଦକ ଘୋଷଣା ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିଥିବାବେଳେ ଅନ୍ୟ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ଦେଇ ପୁରସ୍କୃତ କରାଯିବ । ରାଷ୍ଟ୍ରପତି ପୋଲିସ ପଦକ ମିଳିବାକୁ ଥିବା ଦୁଇ ଓଡିଆ ପୋଲିସ କର୍ମଚାରୀ ହେଲେ ଗୁଇନ୍ଦା ନିର୍ଦ୍ଦେଶକ ରାଧାକିଷାନ ଶର୍ମା ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଡେପୁଟୀ ସୁବେଦାର ବୁଦ୍ଧି ବାହାଦୂର ଥାପ୍ପା ।
ସେହିପରି ରାଜ୍ୟ ପୋଲିସ ବାହିନୀର ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯିବ । ସେମାନେ ହେଲେ କଟକ ବକ୍ସିବଜାର ପୋଲିସ ଷ୍ଟେସନର ଇନ୍ସପେକ୍ଟର ଏସ ପ୍ରବୀଣ କୁମାର, ରାଉରକେଲା ସ୍ବତନ୍ତ୍ରବ୍ରାଞ୍ଚର ଏଏସପି ରବିନ୍ଦ୍ର କୁମାର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ଦେହୂରୀ, ଆସିଷ୍ଟାଣ୍ଟ କମିଶନର ଅଫ ପୋଲିସ ପ୍ରକାଶ ଚନ୍ଦ୍ର ପାଲ, ଭିଜିଲାନ୍ସ ବିଭାଗର ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ କୁମାର ଭୋଇ, ଡ୍ରାଇଭର ହାବିଲଦାର ସେକ୍ ନାସିରୁଦ୍ଦିନ, କନଷ୍ଟେବଳ ଗୌତମ ପାତ୍ର, ସୁବେଦାର ହେମନ୍ତ ବାହାଦୂର ଖତ୍ରୀ, ଡେପୁଟି କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗ ଆଦି ନିଜର ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହେବେ ବୋଲି ପ୍ରକାଶ ପାଇଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶବ୍ୟାପି ୮୯ଜଣ ପୋଲିସ ଅଧିକାରୀ ରାଷ୍ଟ୍ରପତି ପୋଲିସ ପଦକ ଓ ୬୫୦ ଜଣ ପୋଲିସ ପଦକରେ ସମ୍ମାନିତ ହେବେ ।