ଗଜପତି ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର କର୍ମଚାରୀମାନେ ବିଭିନ୍ନ ସମସ୍ୟାକୁ ନେଇ ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି, ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କୁ କୋରୋନା ସମୟରେ ବକେୟା ପାଉଣା ନ ଦେଇ ବାହାର କରି ଦିଆଯାଇଥିବା ଅଭିଯୋଗ ହୋଇଛି, କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ପ୍ରକଳ୍ପରୁ ଅନୁମୋଦନ ଲାଭକରି ଆସୁଥିବା ଅନୁଦାନକୁ ବିଭିନ୍ନ ଉପାୟରେ ବାଟମାରଣା, କୋରୋନା ସମୟରେ ପୁରୁଣା କର୍ମଚାରୀମାନଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରି ଟଙ୍କା ନେଇ ନୂଆ କର୍ମଚାରୀ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି ।