logo
logo
add image
news image

କେନ୍ଦୁଝର ବଡ଼ବିଲରେ ୱେବ ସିରିଜ “ତାଣ୍ଡବ” ଟିମ ବିରୋଧରେ 'ସଶକ୍ତ ସନାତନ ହିନ୍ଦୁ ସଂଗଠନ'ର ଏତଲା

କେନ୍ଦୁଝର -  ୱେବ ସିରିଜ “ତାଣ୍ଡବ” ଟିମ  ବିରୋଧରେ 'ସଶକ୍ତ  ସନାତନ ହିନ୍ଦୁ ସଂଗଠନ'ର ବଡବିଲ ପୋଲିସ ଷ୍ଟେସନରେ ଏତାଲା ଦାୟର କରିଛି । ସଂଗଠନର ରାଜ୍ୟ ସଭାପତି ରାହୁଲ ଦୁବେ, ଯୁବପ୍ରଦେଶ ସାଧାରଣ ସମ୍ପାଦକ  ଅମନ ଗୁପ୍ତା, ସଂଗଠନର ବଡବିଲ ଅଧ୍ୟକ୍ଷ  ରାଜେନ୍ଦ୍ର କୁମାର କେଶରୀଙ୍କ ବ୍ୟତୀତ  ସଂଗଠନର ସମ୍ପାଦକ ଉମେଶ ଦୁବେ, ବିଶାଲ ବିଶ୍ୱକର୍ମା, ମୁକେଶ ଗୁପ୍ତା, ରାଜକୁମାର ତୋମର ପ୍ରମୁଖ ବୁଧବାର ବଡ଼ବିଲ ଥାନାକୁ ଯାଇ ଏତଲା ଦେଇଛନ୍ତି, ପୋଲିସ୍ ନିକଟରେ ସେମାନଙ୍କର ଆନୁଷ୍ଠାନିକ ଅଭିଯୋଗରେ ଉକ୍ତ ୱେବ ସିରିଜର  ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫର, ନିର୍ମାତା, ଲେଖକ ତଥା ଅଭିନେତା ଓ ଅଭିନେତ୍ରୀ  ସଦସ୍ୟଙ୍କ ସହ ସୈଫ ଅଲି ଖାନ ଏବଂ ମହମ୍ମଦ  ଜିଶାନ ଆୟୁବଙ୍କ ବିରୋଧରେ  ଆଇପିସିର ବିଭିନ୍ନ ଧାରା  ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏହାର ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ୱେବ୍ ସିରିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବେ।  ଏହି ୱେବ ସିରିଜରେ  “ଏପରି ଏକ ଦୃଶ୍ୟ ଅଛି ଯେଉଁଠାରେ ହିନ୍ଦୁ ଦେବତାମାନଙ୍କୁ ଅନୁପଯୁକ୍ତ ଢଙ୍ଗରେ ଚିତ୍ରଣ କରାଯାଇଛି ଏବଂ ସେମାନଙ୍କୁ ଦିଆଯାଇଥିବା ସଂଳାପ ସମସ୍ତଙ୍କ ଭାବନାକୁ ଆଘାତ ଦେଇଛି ।

footer
Top