ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯ଼ୁକ୍ତଙ୍କଠାରୁ ୨ଟି ବାଇକ୍, ୬ ହଜାର ଟଙ୍କା କଏନ୍ ଜବତ କରିଛି। । ବ୍ୟାଙ୍କରୁ ୫ଲକ୍ଷ ୯୦ ହଜାର ୪୦ଟଙ୍କା ଲୁଟ୍ କରିଥିବା ଗିରଫ ଅଭିଯୁକ୍ତମାନେ ଥାନାରେ ପଚରାଉଚରା ବେଳେ ସ୍ବୀକାର କରିଥିବା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୁତ୍ରା ଥାନା ଅନ୍ତର୍ଗତ ରଇତାକଛାର ଗ୍ରାମର ବିଜୟ ଲାକ୍ରା(୧୮), ସମ୍ବଲପୁର ଜିଲା ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଟପ୍ନୋ(୨୧) ଓ ଫଟାଟାଙ୍ଗର ଗ୍ରାମର ମୁନା ମାଝି((୨୩)। ଗିରଫ ୩ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଅନ୍ୟ ୬ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି ।