logo
logo
add image
news image

ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ଜାଗୃତି ଫାଉଣ୍ଡେସନ ଇଣ୍ଡିଆ"ର ସାଙ୍ଗଠନିକ ଆଲୋଚନାଚକ୍ର ଅନୁଷ୍ଠିତ

ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ଜାଗୃତି ଫାଉଣ୍ଡେସନ ଇଣ୍ଡିଆ"ର ଏକ ସାଙ୍ଗଠନିକ ଆଲୋଚନାଚକ୍ର ପ୍ରତିଷ୍ଠାତା ଡାକ୍ତର ରବୀନ୍ଦ୍ର କୁମାର ରାଉତରାୟଙ୍କ ସଭାପତିତ୍ବରେ ରାହାସୋଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ମାଧବ ମଲିକ, ସଂଗଠନର ସାଧାରଣ ସମ୍ପାଦକ ଇଂଜିନିୟର ସତ୍ୟବ୍ରତ କର, ସାସ୍କୃତିକ ସମ୍ପାଦକ ପ୍ରହଲ୍ଲାଦ ସାହୁ ଯୋଗଦେଇଥିଲେ, ଏକ ଉତ୍ସର୍ଗୀକୃତ  ମନୋଭାବ ନେଇ ଲୋକଙ୍କ ବିଭିନ୍ନ ସେବାକାର୍ଯ୍ୟରେ ନିୟୋଜିତ "ଜାଗୃତି ଫାଉଣ୍ଡେସନ ଇଣ୍ଡିଆ"ରେ ସାମିଲ ହେବାକୁ ନିଜ ଅଭିଭାଷଣରେ ଅନୁରୋଧ କରିଥିଲେ ପ୍ରତିଷ୍ଠାତା ଡାକ୍ତର ରାଉତରାୟ, ସମ୍ମାନିତ ଅତିଥି ମାଧବ ମଲିକ ମଧ୍ୟ ସମାନ ଅନୁରୋଧ ସହ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଇଥିଲେ , ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମିଶ୍ର, ଶୀତାକାନ୍ତ ପଣ୍ଡା, ମାନସ କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ, ବିଦ୍ୟାସମର ନାୟକ, ନିତ୍ୟାନନ୍ଦ ମଲିକ, ନିର୍ମଳ ପଣ୍ଡା, ଶଶାଙ୍କ ଶେଖର ପଣ୍ଡା, ଉମେଶ ସେଠୀ, ପ୍ରଶାନ୍ତ କୁମାର ଦାଶ, ସୁବାସ ମଲିକ, ଭାଗିରଥି ପଣ୍ଡା, ଅମରେନ୍ଦ୍ର ଜେନା, ମନୋଜ କୁମାର ମଲିକ, ବଳରାମ ମଲିକ, କିଶୋର କୁମାର ଦେବତା ପ୍ରମୂଖ ଆଲୋଚନା ରେ ଅଂଶଗ୍ରହଣ କରି ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ, ଶେଷରେ ସାଙ୍ଗଠନିକ ସମ୍ପାଦକ ଚିତ୍ତରଞ୍ଜନ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Report By Chittaranjan Malik

footer
Top