ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ଡେରେଙ୍ଗ ଶ୍ରୀରାମ ମନ୍ଦିର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଡେଲାଙ୍ଗ ହାଟ ପଡ଼ିଆ ସାହିରେ ନବ ନିର୍ମିତ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କର ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ଅବସରରେ ଗୁରୁବାର ପ୍ରାତଃରେ ସୂର୍ଯ୍ୟପୂଜା, ଯଜ୍ଞାରମ୍ଭ କାର୍ଯ୍ୟକ୍ରମ ଯଥରିତିରେ ଅନୁଷ୍ଠିତ ହେବା ପରେ ପୂର୍ବାହ୍ନ ୧୦ଟାରେ ଇନ୍ଦ୍ର ଇନ୍ଦ୍ରାଣୀ ପୂଜା ଓ ୧୨ ଘଟିକା ରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୧ ଘଟିକା ୩୦ ମିନିଟ୍ ପର୍ଯ୍ୟନ୍ତ ରତ୍ନମୁଦ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଢେଙ୍କାନାଳ ସାସଂଦ ମାନ୍ୟବର ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ, ବିଜେପି ନେତା ଅଶୋକ ମହାନ୍ତି, ଅଗସ୍ତି ବେହେରା, ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭୁକୃପା ଲାଭ କରି ଲୋକମାନଙ୍କୁ ଉତ୍ସାହିତ କରିଥିଲେ । ଟିକନ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ହୋମଯଜ୍ଞ ରେ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।
- Report By Dolphin Pradhan