logo
logo
add image
news image

ଜଟଣୀରେ ସ୍ୱଚ୍ଛ ଭାରତ ମିଶନ ଫେଲ୍ ! ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି

ଖୋର୍ଦ୍ଧା(ଓଏନଏଲ ବ୍ଯୂରୋ) - ଜଟଣୀରେ ସ୍ୱଚ୍ଛ ଭାରତ ମିଶନ ଫେଲ୍ ! ବ୍ୟବସାୟିକ ସହର ଜଟଣୀରେ ପ୍ରତିଦିନ ପୌର ସଫେଇ କର୍ମଚାରୀଙ୍କ ଦ୍ବାରା ସହରରେ ସଫେଇ କାର୍ଯ୍ୟ ହେଉଥିବା କୁହାଯାଉଥିବାବେଳେ ବାସ୍ତବିକ ଚିତ୍ର କିଛି ଅଲଗା, ଜଟଣୀ ସହରର ଏପରି ସ୍ଥାନ ରହିଛି; ଯେଉଁ ଠାରୁ ମାସମାସ ଧରି ଆବର୍ଜନା ଉଠୁନାହିଁ, ପୌରପରିଷଦ ଅଧୀନରେ ୧୫୦ରୁ ଅଧିକ ସ୍ଥାୟୀ ଓ ଅସ୍ଥାୟୀ ସଫେଇ କର୍ମଚାରୀ ରହିଥିବା ବେଳେ ବହୁ ସ୍ଥାନ ସଫେଇ ହେଉନଥିବା ଦେଖିବାକୁ ମିଳୁଛି, ଯାହାଦ୍ଵାରା ଜଟଣୀରେ ସ୍ୱଚ୍ଛ ଭାରତ ମିଶନ ଫେଲ ହୋଇଛି ବୋଲି ଅଭିଯୋଗ ହେଉଛି, ସ୍ବଳ୍ପ ବର୍ଷାରେ ଗଳି କନ୍ଦିରେ ପଡ଼ିଥିବା ଆବର୍ଜନା ଯୋଗୁଁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି ଏବଂ ମଶାମାଛିଙ୍କ ପ୍ରାଦୁର୍ଭାବ ନକହିବା ଭଲ, ସଫେଇ କର୍ମଚାରୀମାନେ ଆବର୍ଜନା ଆଣି ବିଭିନ୍ନ ରାସ୍ତା ପାର୍ଶ୍ୱରେ ଗଦା କରିବା ଦ୍ଵାରା ନିକଟରେ ଥିବା ଦୋକାନ ବଜାର ଓ ଘରଗୁଡ଼ିକ ଅସ୍ୱାସ୍ଥ୍ୟକର ରିବେଶରେ ରହୁଛନ୍ତି, ଫଳରେ ଲୋକମାନେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି, ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି #ONL

- Report By Sanjiv Kumar Seth

footer
Top