logo
logo
add image
news image

ଲଦାଖ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ, ଏହାରି ଭିତରେ ଜୁଲାଇରେ ଭାରତକୁ ଆସିବ 6ଟି ରାଫେଲ୍ ଫାଇଟର ପ୍ଲେନ୍

ONL BUREAU : ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଥିବା ସୀମା ବିବାଦ କାରଣରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଫ୍ରାନ୍ସ ରୁ ଜୁଲାଇ 27 ରେ ଭାରତକୁ ଆସିବ 6 ଟି ରାଫେଲ୍ ଯୁଦ୍ଦ ବିମାନ। ଫ୍ରାନ୍ସ ରୁ ଉଡାଣ ଭରିବା ପରେ ଜୁଲାଇ 27 ରେ ଭାରତର ଅମ୍ବଲା ଷ୍ଟେସନରେ ଲ୍ୟାଣ୍ଡ କରିବ।  ପୂର୍ବରୁ 4 ଟି ବିମାନ ଆସିବାର ଥିବା କିନ୍ତୁ ଏବେ 6ଟି ବିମାନ ଭାରତ ରେ ପହଞ୍ଚିବ । 

ଲଦାଖ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି ଆଉ ଯଦି ଭାରତ ଉପରେ କିଛି କ୍ଷତି କରିବାକୁ ଚୀନ୍ ଚେଷ୍ଟା କରିବ ତେବେ ଏହାର କଡ଼ା ଜବାବ୍ ଦେବ୍ ଭାରତ । ତେଣୁ ବର୍ତ୍ତମାନ ଭାରତକୁ ବିମାନ ଆସିଲେ ଏହା ଖୁବ୍  ସହାୟକ ହେବ । 

footer
Top