logo
logo
add image
news image

ରାଜ୍ୟରେ କୋରୋନା ସଂକ୍ରମଣର ମାତ୍ରା ପରଖିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଜୁଲାଇ ପହିଲାରୁ ରାଜ୍ୟରେ ସେରୋଲୋଜିକାଲ ସର୍ଭେ

ONL BUREAU : କୋରୋନା ମୁକାବିଲା ପାଇଁ ରାଜ୍ୟରେ ଜୁଲାଇ ୧ ତାରିଖରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ । ଭୁବନେଶ୍ୱର ସହର , ଗଞ୍ଜାମ, ଗଜପତି ଜିଲ୍ଲା ଓ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ଏହି ସର୍ଭେ କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ; ସେରୋଲୋଜିକାଲ ସର୍ଭେର ଅର୍ଥ ହେଉଛି ଶରୀରରେ ଆଣ୍ଟିବଡ଼ିର ମାତ୍ରାକୁ ଚିହ୍ନଟ କରିବା  । 

 

ରାଜ୍ୟର ୯ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ଯେଉଁ ସବୁ ବ୍ୟକ୍ତି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହୁଛନ୍ତି , ସେମାନଙ୍କ ଦ୍ୱାରା ସେରୋଲଜିକାଲ ସର୍ଭେ କରାଯିବ । ପୌର, ପରିବହନ ଓ ପୋଲିସ୍ କର୍ମଚାରୀଙ୍କର ସେରୋଲଜିକାଲ ସର୍ଭେ କରାଯିବ । ଏମାନଙ୍କ ସହ କରୋନା ବ୍ୟାପୁଥିବା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ବାଛି ସେମାନଙ୍କର ସେରୋଲଜିକାଲ ସର୍ଭେ କରାଯିବ । 

ସୂଚନାଯୋଗ୍ୟ, ଗତ ଶନିବାର ଠାରୁ ପୁରୀ ସହରରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇସାରିଛି ।ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ପରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ।

footer
Top