logo
logo
add image
news image

ଓଡ଼ିଶାରେ ପହଁଞ୍ଚିଲା କୋରୋନା ଔଷଧ ରେମ୍‌ଡେସିଭିର୍, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ହେବ ଉପଯୋଗ

ONL BUREAU : ରାଜ୍ୟରେ ଦିନକୁ ଦିନ ବଢୁଥିବା କୋରୋନା ରୋଗୀଙ୍କ ଜଟିଳ ପରିସ୍ଥିତି ମଧ୍ୟରେ ସୋମବାର ଓଡ଼ିଶାରେ ପହଁଞ୍ଚିଛି କରୋନା ଔଷଧ ରେମ୍‌ଡେସିଭିର୍ । ହେଲଥ୍ ଡିପାର୍ଟମେଣ୍ଟର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏନେି ସୂଚନା ଦେଇଛନ୍ତି । ଉକ୍ତ ଔଷଧ ହସ୍ପିଟାଲରେ ଚିକିତ୍ସାଧୀନ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ସକାଳ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୪୭୪୩ ଜଣ ସୁସ୍ଥ ହୋଇଛନ୍ତି । ୨୦୮୬ ଜଣ ରାଜ୍ୟର ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।

footer
Top