logo
logo
add image
news image

ଓଡିଶା ମାଟିରେ କେହି ଶ୍ରମିକ ଚାଲିଚାଲି ଯିବେ ନାହିଁ, ଯିବା ବ୍ୟବସ୍ଥା କରିବ ପୋଲିସ୍ : DGP

ଓଡିଶା ମାଟିରେ କେହି ଶ୍ରମିକ ଚାଲିଚାଲି ଯିବେ ନାହିଁ । ମାନେ, କୌଣସି ଶ୍ରମିକ ଯଦି ପାଦରେ ଚାଲି ଓଡିଶା ଆସୁଥାନ୍ତି କିମ୍ବା ବାହାର ରାଜ୍ୟକୁ ଯାଉଥାନ୍ତି ତେବେ ସେମାନଙ୍କ ଲାଗି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପାଦଚଲା ଲୋକଙ୍କୁ ପୋଲିସ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ।

ଶୁକ୍ରବାର କୋଭିଡ ସାମ୍ବାଦିକ ସମ୍ମିଳନୀରେ DGP କହିଛନ୍ତି, ଚାଲି କରି ଯାଉଥିବା ଶ୍ରମିକ କିମ୍ବା ଲୋକ, ନଚାଲି ପୋଲିସକୁ ଫୋନ କରନ୍ତୁ । ଟୋଲ ଫି ନମ୍ବରରେ କିମ୍ବା ନିକଟସ୍ଥ ଥାନାକୁ ଯାଇ ଜଣାଇଲେ ପୋଲିସ ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରିବ ।

କେବଳ ସେତିକି ନୁହେଁ, ଶ୍ରମିକଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ନେଲାବେଳେ ସେମାନଙ୍କ ଖାଇବା ବ୍ୟବସ୍ଥା ମଧ୍ୟ କରାଯିବ । ପରିବହନ ବେଳେ ଶ୍ରମିକଙ୍କ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ ବୋଲି ଡିଜିପି କହିଛନ୍ତି । ସୂଚନା ଅନୁସାରେ ପ୍ରାଥମିକ ସ୍ତରରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ଚାଲିକରି ଯାଉଥିବା ଶ୍ରମିକଙ୍କ ଲାଗି ବସ୍ ବ୍ୟବସ୍ଥା କରାଯାଇଛି ।

footer
Top